ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ରେକର୍ଡ ସଂଖ୍ୟକ ୨୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୯୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ରାଜ୍ୟରେ ଏହା ସର୍ବାଧିକ । ଏହାକୁ ମିଶାଇ ରାଜ୍ୟରେ ଏବେ ସୁଦ୍ଧା ମୋଟ୍ ୬୨୨୪ଜଣ ଆରୋଗ୍ୟ ଲାଭ କଲେଣି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୯୯ଜଣ ଥିବା ବେଳେ ଗଜପତିରୁ ୫୬, ଝରସୁଗୁଡାରୁ ୩୩, କଟକରୁ ୧୬ ଓ ନବରଙ୍ଗପୁରରୁ ୧୬ଜଣ ରହିଛନ୍ତି । ସେହିପରି ବାଲେଶ୍ୱରରୁ ୧୫, ସମ୍ବଲପୁରରୁ ୧୧, ଖୋର୍ଧାରୁ ୧୦, ମୟୂରଭଞ୍ଜରୁ ୮, କେଉଁଝରରୁ ୬, ପୁରୀରୁ ୬ ଓ ଜଗତସିଂପୁରରୁ ୫ଜଣ ଆରୋଗ୍ୟ ଲାଭ କରିଛନ୍ତି  । ସେହିପରି ନୟାଗଡରୁ ୩, ବରଗଡ ଓ କୋରାପୁଟରୁ ୨ ଜଣ ଲେଖାଏଁ ଓ ଯାଜପୁର ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ କରୋନା ହୁ ହୁ ହୋଇ ବଢି ଚାଲିଛି । ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୦୭୦ ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୧୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୨ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published. Required fields are marked *