ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଯୋଗୁଁ ୨୯ ରୋଗୀଙ୍କ ଗଲା ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍):ରାଜ୍ୟରେ ବ୍ଲାକ୍‌ ଫଙ୍ଗସରେ ୨୯ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ରାଜ୍ୟରେ ଏଯାବତ୍‌ ୨୧୨ ବ୍ଲାକ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୮ ଜଣ ସୁସ୍ଥ ହୋଇସାରିଛନ୍ତି। ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୯ ଜଣ ଏବେ ଡାକ୍ତରାଖାନାରେ ଅଛନ୍ତି।

ଗତକାଲି ରାଜ୍ୟରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ କେବଳ ଗତକାଲି ୪ ଲକ୍ଷ ୧୬ ହଜାର ଡୋଜ୍ ଟିକା ଦିଆଯାଇଛି। ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨ କୋଟି ୮୦ ଲକ୍ଷ ଟିକାକରଣ କରାଯାଇଛି। ଏହା ଭିତରୁ ୬୬ ପ୍ରତିଶତ ପ୍ରଥମ ଡୋଜ ନେଇଛନ୍ତି। ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ପାଇଁ ବାକି ଥିବା ଲୋକମାନଙ୍କ ମଧ୍ୟରୁ ୭୨ ପ୍ରତିଶତ ଟିକା ନେଇଛନ୍ତି। ୨୨ ଲକ୍ଷ ଟିକା ବର୍ତ୍ତମାନ ଆମ ପାଖରେ ମହଜୁଦ ରହିଛି।

 

Leave a Reply

Your email address will not be published. Required fields are marked *