ମଲ୍ଟିନ୍ୟାସନାଲ୍ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍
ହରିଦ୍ଵାର, (ଓଡିଶା ଟାଇମ୍) :ଏକ ମଲ୍ଟିନ୍ୟାସନାଲ କମ୍ପାନୀର ୨୮୮ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି କର୍ମଚାରୀ ଅଲଗା ଅଲଗା ଅଞ୍ଚଳରେ ରୁହନ୍ତି | ପଜିଟିଭ୍ ଚିହ୍ନଟ ହୋଇଥିବା ସଂକ୍ରମିତ ସାଧାରଣ ଲୋକଙ୍କ ସମ୍ପର୍କରେ ମଧ୍ୟ ଆସିଛନ୍ତି । ପ୍ରଶାସନ ବର୍ତ୍ତମାନ ଏହି ସଂକ୍ରମିତଙ୍କ କଣ୍ଟ୍ରାକ୍ଟ ହିଷ୍ଟ୍ରି ଖୋଜୁଛି । ଏହି କମ୍ପାନୀର ୪୦୦ ଅନ୍ୟ କର୍ମଚାରୀଙ୍କ ନମୁନା ଯାଞ୍ଚ ପାଇଁ ପଠାଯାଇଛି । ସେମାନଙ୍କ ଯାଞ୍ଚ ରିପୋର୍ଟ ଆସିନାହିଁ ।
ମିଡ଼ିଆ ରିପୋର୍ଟ ଅନୁଯାୟୀ, କରୋନା ଭାଇରସ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି କମ୍ପାନୀର ଆଖପାଖ ଅଞ୍ଚଳକୁ ଖାଲି କରିଦିଆଯାଇଛି । ଜଣେ ପ୍ରସାଶନିକ ଅଧିକାରୀ କହିଛନ୍ତି ଯେ ୨୮୮ ଜଣ ସଂକ୍ରମଣର ଶିକାର ହୋଇଥିବାବେଳେ ୪୦୦ ଜଣଙ୍କ ନମୁନା ଯାଞ୍ଚ ପାଇଁ ଯାଇଛି । କମ୍ପାନୀ କର୍ମଚାରୀ ସଂକ୍ରମିତ ଚିହ୍ନଟ ହେବାପରେ ୧୬୮ ଜଣିଆ ଟିମ୍ କର୍ମଚାରୀଙ୍କ କଣ୍ଟ୍ରାକ୍ଟ ହିଷ୍ଟ୍ରି ଖୋଜୁଛନ୍ତି ଏବଂ ତାଙ୍କ ସମ୍ପର୍କରେ ଆସିଥିବା ଲୋକଙ୍କ ପତା କରୁଛନ୍ତି ।
ରିପୋର୍ଟ ଅନୁଯାୟୀ, ଦେଶରେ ବୃଦ୍ଧି ପାଉଥିବା କରୋନାକୁ ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ଲୋକଙ୍କୁ ସଚେତନ କରାଇଛି । ଆଇଏମଏ କହିଛି ଯେ ଦେଶରେ କମ୍ୟୁନିଟି ସ୍ପ୍ରେଡ଼ ହୋଇସାରିଛି । ଏହାସହ ଦେଶର ସତହତି ବହୁତ ଖରାପ ବୋଲି ମଧ୍ୟ ଆଇଏମଏ କହିଛି । ସାରା ଦୁନିଆରେ ଆମେରିକା ଓ ବ୍ରାଜିଲ ପରେ ସବୁଠାରୁ ଅଧିକ ମାମଲା ଭାରତର ରହିଛି।