ଦିନକରେ ୨୭୮ ଜଣଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଦିନକୁ ଦିନ ମହାମାରୀ କରୋନାକୁ ନେଇ ସାରା ବିଶ୍ବରେ ସଙ୍କଟ ବଢ଼ିବାରେ ଲାଗିଛି । ଭାରତରେ ମଧ୍ୟ ସ୍ଥିତି ବିସ୍ଫୋରକ ଦିଗରେ ଗତି କରୁଛି । ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ପ୍ରାୟ ୧୦ ହଜାର ମାମଲା ସାମନାକୁ ଆସୁଛି । ଆଜି ପୁଣି ୯, ୯୭୧ ନୂଆ ଆକ୍ରାନ୍ତ ଚିହ୍ନଟ ସହ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୨ ଲକ୍ଷ ୪୬ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୭ ହଜାର ନିକଟିତର ହେଲାଣି ।    ସେହିପରି ୨୭୮ ଜଣଙ୍କ ମୃତ୍ୟୁ ହୋଇଛି। ବିଶ୍ୱର କରୋନା ସଂକ୍ରମିତ ସଂଖ୍ୟାରେ ଇଟାଲୀକୁ ଅତିକ୍ରମ କରି ଭାରତ ଷଷ୍ଠ ସ୍ଥାନରେ ରହିଛି।

ମହାରାଷ୍ଟ୍ରରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଏଠାରେ ସର୍ବାଧିକ ୮୨,୯୬୮ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୨,୯୬୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୧,୨୧୯, ଦିଲ୍ଲୀରେ ୭୬୧, ମଧ୍ୟପ୍ରଦେଶରେ ୩୯୯ ଜଣଙ୍କ ମୃତ୍ୟୁ ହୋଇଛିସ ସେହିପରି ପଶ୍ଚିମବଙ୍ଗରେ ୩୮୩, ଉତ୍ତରପ୍ରଦେଶରେ ୨୫୭, ତାମିଲନାଡୁରେ ୨୫୧, ରାଜସ୍ଥାନରେ ୨୩୧, ତେଲେଙ୍ଗାନାରେ ୧୨୩, ଆନ୍ଧ୍ର ପ୍ରଦେଶରେ ୭୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published.