ଓଡିଶାରେ ୭୨ ହଜାର ଡେଇଁଲା କରୋନା ପଜିଟିଭ ସଂଖ୍ୟା; ଗୋଟିଏ ଦିନରେ ୨୬୯୮ ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୨୬୯୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୨,୭୧୮ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୬୭୫ ଜଣ କ୍ବାରେଣ୍ଟାଇନରେ ରହିଥିବା ବେଳେ ୧୦୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ପଜିଟିଭ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳରୁ ୨୯, ବାଲେଶ୍ୱରରୁ ୧୦୨, ବରଗଡରୁ ୫୬, ଭଦ୍ରକରୁ ୮୯, ବଲାଙ୍ଗିରରୁ ୭୧, ବୌଦ୍ଧରୁ ୧୧, କଟକରୁ ୨୦୭, ଦେବଗଡରୁ ୨, ଢେଙ୍କାନାଳରୁ ୨୭, ଗଜପତିରୁ ୫୮, ଗଞ୍ଜାମରୁ ୧୬୨, ଜଗତସିଂହପୁରରୁ ୨୧, ଯାଜପୁରରୁ ୮୦, ଝାରସୁଗୁଡାରୁ ୭୨, କଳାହାଣ୍ଡିରୁ ୪୯, କନ୍ଧମାଳରୁ ୮୧, କେନ୍ଦ୍ରାପଡାରୁ ୮୯, କେନ୍ଦୁଝରରୁ ୨୧, ଖୋର୍ଦ୍ଧାରୁ ୪୭୫, କୋରାପୁଟରୁ ୧୪୬, ମାଲକାନଗିରିରୁ ୮୧, ମୟୂରଭଞ୍ଜରୁ ୧୨୮, ନବରଙ୍ଗପୁରରୁ ୯୧, ନୟାଗଡରୁ ୯୪, ନୂଆପଡାରୁ ୩, ପୁରୀରୁ ୮୭, ରାୟଗଡାରୁ ୧୫୪, ସମ୍ବଲପୁରରୁ ୭୮, ସୋନପୁରରୁ ୩୧ ଓ ସୁନ୍ଦରଗଡରୁ ୧୦୩ ରହିଛି ।

Leave a Reply

Your email address will not be published.