ରାଜ୍ୟରେ ଆଜି ଆଉ ୨୬୪ କରୋନା ଆକ୍ରାନ୍ତ ଚିହ୍ନଟ, ୬୬୧୪ରେ ପହଞ୍ଚିଲା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୬୧୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୩୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୩୦ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

ତେବେ ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଯାଜପୁରରୁ ୪୧, କେନ୍ଦୁଝରରୁ ୨୫, ଝାରସୁଗୁଡ଼ା ଓ ବରଗଡ଼ରୁ ୧୮ ଜଣ ଲେଖାଏଁ, ମୟୂରଭଞ୍ଜ ଓ ଖୋର୍ଦ୍ଧାରୁ ୧୫ ଲେଖାଏଁ ଆକ୍ରାନ୍ତ, ବାଲେଶ୍ବର ଓ କଟକରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତ, ପୁରୀରୁ ୭, ଅନୁଗୁଳ, ଜଗତସିଂହପୁର ଓ ସୁନ୍ଦରଗଡ଼ରୁ ୪-୪ ଜଣ ଚିହ୍ନଟ, ମାଲକାନଗିରି, ନୟାଗଡ଼ ଓ ବଲାଙ୍ଗିରରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୪ରେ ପହଞ୍ଚିଛି।

Leave a Reply

Your email address will not be published.