୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଲା ଆରକ୍ଷୀ ମହାନିର୍ଦ୍ଦେଶକ ପଦକ

ଭୁବନେଶ୍ବର, (ଓଡିଶା ଟାଇମ୍) : ୨୦୨୦-୨୧ ବର୍ଷ ପାଇଁ ୨୬୩ ଜଣ ପୋଲିସ ଅଧିକାରୀଙ୍କୁ ମିଳିଛି ଆରକ୍ଷୀ ମହାନିର୍ଦ୍ଦେଶକ ପଦକ । ଏଥି ମଧ୍ୟରୁ ଗତବର୍ଷର ୧୦୦ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ଶୁକ୍ରବାର ପୋଲିସ ଭବନରେ ଆୟୋଜିତ ମହାନିର୍ଦ୍ଦେଶକ ପଦକ ପ୍ରଦାନ ଉତ୍ସବରେ ପୋଲିସ ଡିଜି ଅଭୟ ସମସ୍ତଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ତେବେ କରୋନାରେ ସହିଦ ହୋଇଥିବା ୧୭ ଜଣ ପୋଲିସ ଅଧିକାରୀଙ୍କୁ ମଧ୍ୟ ପ୍ରଶଂସା ପତ୍ର ଦିଆଯାଇଛି । ସହିଦ ପୋଲିସ ଅଧିକାରୀଙ୍କ ପରିବାର ବର୍ଗ ଏହି ପତ୍ର ଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *