ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୪୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬୨ଜଣ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୬୪୮୬କୁ ବୃଦ୍ଧି ପାଇଛି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୁସ୍ଥ ହୋଇଥିବା ୨୬୨ଙ୍କ ମଧ୍ୟରୁ ଗଞ୍ଜାମରୁ ୭୩, ଗଜପତିରୁ ୪୯, ଜଗତସିଂହପୁରରୁ ୨୫, ରାୟଗଡ଼ାରୁ ୧୬, କଟକରୁ ୧୫, ବରଗଡ଼ରୁ ୧୪, ଖୋର୍ଦ୍ଧାରୁ ୧୩, ଭଦ୍ରକରୁ ୧୨, ପୁରୀରୁ ୧୨, କେନ୍ଦ୍ରାପଡ଼ାରୁ ୮, ଯାଜପୁରରୁ ୪, ସୁନ୍ଦରଗଡ଼ରୁ ୪, ଅନୁଗୁଳରୁ ୩, ବାଲେଶ୍ୱରରୁ ୩, ନୟାଗଡ଼ରୁ ୩, ନବରଙ୍ଗପୁରରୁ ୩, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସୂଚନାଅନୁସାରେ, ରାଜ୍ୟରେ ଆଜି ୨୪ ଜିଲ୍ଲାରୁ ୪୫୬ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯,୫୨୬କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ କେସ ୧୪୭ ଅଛନ୍ତି।

Leave a Reply

Your email address will not be published.