ଭୁବନେଶ୍ଵରରୁ ୨୫ ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ଆଉ ୨୪୫ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରାଜଧାନୀ ଭୁବନେଶ୍ଵରରୁ ରହିଛନ୍ତି ୨୫ ସଂକ୍ରମିତ, ଯେଉଁଥିରୁ ୨୩ ଜଣ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ବା ଲୋକାଲ କେସ୍। ହୋମ୍ କ୍ବାରେଣ୍ଟାଇନରୁ ୨ଜଣ ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି।
୨୫ ଆକ୍ରାନ୍ତଙ୍କ ମଧ୍ୟରୁ ମଞ୍ଚେଶ୍ଵର ଅଞ୍ଚଳରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ସାମନ୍ତରାପୁରରୁ ୨ , ଶିରିପୁର ଲକ୍ଷ୍ମୀବଜାର ବସ୍ତିରୁ ଜଣେ, ଏକ ଘରୋଇ ହସ୍ପିଟାଲର ଜଣେ ୨୨ ବର୍ଷୀୟା ମହିଳା କର୍ମଚାରୀ, ଚକେଇସିଆଣି ମଞ୍ଚନାଥ ହାଇସ୍କୁଲ ନିକଟରୁ ୪, ଚକେଇସିଆଣି ହାଡ଼ବାଇ ବସ୍ତି ଅଞ୍ଚଳରୁ ୨, ପାସପୋର୍ଟ ଅଫିସ ନିକଟ ବାଲିତୋଟାସାହି ବସ୍ତିରୁ ୪, ଅଶୋକ ନଗର ଅଞ୍ଚଳର ଜଣେ ୫୦ ବର୍ଷୀୟା ମହିଳା, ନୀଳାଦ୍ରିବିହାର ବୁଦ୍ଧପାର୍କ ଅଞ୍ଚଳରୁ ଜଣେ ମହିଳା, ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ଓ ନୟାପଲ୍ଲୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।