ରାଜଧାନୀ ଭୁବନେଶ୍ଵରରେ ଚିହ୍ନଟ ହେଲେ ଆଉ ୨୩୩ ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜଧାନୀ ଭୁବନେଶ୍ଵରରେ ମଧ୍ୟ ଆକ୍ରାନ୍ତ ସଂଖ୍ୟା ହ୍ରାସ ଘଟିଛି। ଆକ୍ରାନ୍ତଙ୍କ ତୂଳନାରେ ଅଧିକ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି। ଗତ ୨୪ ଘଣ୍ଟାରେ ଭୁବନେଶ୍ଵରରୁ ୨୩୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀରେ ସଂକ୍ରମିତଙ୍କ ସଂଖ୍ୟା ୨୭,୨୨୮କୁ ବୃଦ୍ଧି ଘଟିଛି। ଆଜି ୩୧୩ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ ଯୋଗେ ରବିବାର ଏହାର ସୂଚନା ଦେଇଛନ୍ତି।
ବିଏମସି ଅନୁଯାୟୀ ଆଜି ଆକ୍ରାନ୍ତଙ୍କ ତୂଳନାରେ ସୁସ୍ଥ ସଂଖ୍ୟା ଅଧିକ ରହିଛି। ୨୩୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ୫୧ ଜଣ ସଙ୍ଗରୋଧରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ସଂଖ୍ୟା ୧୮୨ ରହିଛି। ଆଜି ୩୧୩ ସୁସ୍ଥ ହୋଇଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜଧାନୀରେ ଆରୋଗ୍ୟଙ୍କ ସଂଖ୍ୟା ୨୪୧୪୩ରେ ପହଞ୍ଚିଛି। ଅଦ୍ୟାବଧି ୧୩୭ ଜଣଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଭୁବନେଶ୍ଵରରେ ମୋଟ୍ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୯୨୭ ରହିଛି।