କଟକ ସହରରୁ ଆଉ ୨୨ କରୋନା ପଜିଟିଭ୍ ଚିହ୍ନଟ
କଟକ, (ଓଡିଶା ଟାଇମ୍) :କଟକ ସହରରୁ ଆଉ ୨୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାମଧ୍ୟରେ ୧୫ଜଣ କ୍ୱାରେଣ୍ଟାଇନରେ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୨୨ । କ୍ୱାରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୯ଜଣ ସରକାରୀ, ୨ଜଣ ପେଡ୍ ଓ ୪ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ ।
ସ୍ଥାନୀୟ ସଂକ୍ରମିତମାନେ ହେଲେ ୪୯ ବର୍ଷୀୟ ସିଏମସିର ଜଣେ କର୍ମଚାରୀ, ବାଦାମବାଡି ରକ୍ସି ଲେନରୁ ୨୫ ବର୍ଷୀୟ ଯୁବକ, ଚାଉଳିଆଗଞ୍ଜ ପୋଲିସ ଷ୍ଚେସନ ନିକଟରୁ ଜଣେ ୩୪ ବର୍ଷୀୟ ଯୁବକ, ନାୟକ ସାହିରୁ ଜଣେ ୫୩ ବର୍ଷୀୟ ବ୍ୟକ୍ତି, ମହାନଦୀ ବିହାରରୁ ୪୦ ବର୍ଷୀୟା ମହିଳା, ଏସସିବିର ଜଣେ ୩୧ ବର୍ଷୀୟ କରୋନା ଯୋଦ୍ଧା ଏବଂ କ୍ୟାଣ୍ଟନମେଣ୍ଟ୍ ରୋଡରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତି ।
ଅନ୍ୟପଟେ, ଆଜି ୨୪ ଘଣ୍ଟା ମଧ୍ୟରେ ୧୪୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧୮୭୭ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧୪ ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୫୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।