ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ
ଭୁବନେଶ୍ବର, (ଓଡିଶା ଟାଇମ୍):ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ କରୋନା ମୃତକଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଖୋର୍ଦ୍ଧାରୁ ସର୍ବାଧିକ ୪ଜଣ. ଅନୁଗୋଳରୁ ୩ଜଣ, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି ଓ ସୁନ୍ଦରଗଡରୁ ୨ ଜଣ ଲେଖାଏଁ, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ, ଗଜପତି, ଗଞ୍ଜାମ, କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।