ବିଧାନସଭାରେ ଉତ୍ତର ରଖିଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ୮ ମାସରେ ଆଦାୟ ହୋଇଛି ୨୧ କୋଟି ଫାଇନ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କରୋନା ସ୍ଥିତି ଧିରେଧିରେ କମିଥିବା ବେଳେ ଗତ ଦିନରେ ଲାଗିଥିବା କଟକଣା ଏବେ କୋହଳ ହୋଇଛି । ଏହି ସମୟ ମଧ୍ୟରେ ଆଇନ୍‌କୁ ମାନି ନଥିବା କାରଣରୁ ଲୋକଙ୍କ ଠାରୁ ଫାଇନ୍‌ ଆଦାୟ ହୋଇଥିଲା । ଏହାକୁ ନେଇ ଆଠଗଡ଼ ବିଧାୟକ ବିଧାନସଭାରେ ଗୃହମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତରରେ ଗୃହମନ୍ତ୍ରୀ କହିଛନ୍ତି ଯେ, ୨୦୨୧ ଅଗଷ୍ଟ ଶେଷ ସୁଦ୍ଧା ବା ୮ ମାସ ଭିତରେ ରାଜଧାନୀରେ ଅମାନିଆଙ୍କଠୁ ୨୧ କୋଟି ୬୨ ଲକ୍ଷ ୯୯ ହଜାର ୧୦୦ ଟଙ୍କା ଫାଇନ ଆଦାୟ ହୋଇଛି ।

ଏଥି ସହିତ ଟ୍ରାଫିକ ନିୟମ ଉଲଘଂନ କରି ୮ ମାସରେ ୧୧ କୋଟି ୮୩ ଲକ୍ଷ ୬୫ ହଜାର ୭ ଶହ ଟଙ୍କା ଫାଇନ ଆଦାୟ ହୋଇଛି । ବିନା ହେଲମେଟ ଧାରୀଙ୍କ ଠାରୁ ୯ କୋଟି ୨୦ ଲକ୍ଷ ୯ ହଜାର ୩ ଶହ ଟଙ୍କା ଆଦାୟ ହୋଇଛି । ବିନା ସିଟ ବେଲ୍ଟରେ ଗାଡ଼ି ଚଳାଉଥିବାରୁ ଲୋକଙ୍କ ଠାରୁ ୫୬ ଲକ୍ଷ ୬ ହଜାର ୧ ଶହ ଟଙ୍କା ଫାଇନ ଆଦାୟ ହୋଇଥିବା ବେଳେ କରୋନା କଟକଣା ନମାନି ବିନା ମାସ୍କ ଧାରୀଙ୍କ ଠାରୁ ୩ ଲକ୍ଷ ୧୮ ହଜାର ଟଙ୍କା ଆଦାୟ କରାଯାଇଥିବା ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *