ରାଜ୍ୟ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୨୦୩ କରୋନା ଆକ୍ରାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ୨୦୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାବ କରିଥିବା ସଂକ୍ରମିତଙ୍କ ସଂଖ୍ୟା ୫୭୦୫କୁ ବୃଦ୍ଧି ପାଇଛି ।

ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମର ୩୮ ଜଣ ଥିବା ବେଳେ ଖୋର୍ଧାର ୩୭, ଗଜପତିର ୧୯, କଟକର ୧୮, ଜଗତସିଂପୁରର ୧୮, ସମ୍ବଲପୁରର ୧୨, ସୁନ୍ଦରଗଡର ୧୨, ଢେଙ୍କାନାଳର ୧୦. ଯାଜପୁରର ୮, ବରଗଡର ୭ଜଣ ରହିଛନ୍ତି । ସେହିପରି ମୟୂରଭଞ୍ଜରୁ ୬, ରାୟଗଡାରୁ ୫, ବାଲେଶ୍ୱର ଓ କନ୍ଧମାଳରୁ ୩, ପୁରୀରୁ ୨, ଦେବଗଡ, ଝାରସୁଗୁଡା, ମାଲକାନଗିରି, କେଉଁଝର ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରିଛନ୍ତି ।

୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଉ ଆଜି ୫୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୧୦୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୨୫ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୧୩୬ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

Leave a Reply

Your email address will not be published. Required fields are marked *