ଆଜି ଆସିବ ସାଧାରଣ ବଜେଟ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆଜି ସଂସଦରେ ଉପସ୍ଥାପିତ ହେବ ବଜେଟ। ଏଥର ବଜେଟ ରୁ କାହାକୁ କ’ଣ ମିଳିବ, କ’ଣ ବଢିବ, କ`ଣ କମିବ ତାକୁ ନେଇ ଚାଲିଛି ଚର୍ଚ୍ଚା । ଏଥର ବଜେଟରୁ ମିଡଲ କ୍ଲାସ ବା ମଧ୍ୟମ ବର୍ଗ ଲୋକେ ଏବଂ ଖାସ୍ କରି ଚାକିରିଆମାନେ ବେଶୀ ଆଶା ରଖିଛନ୍ତି। କରୋନା କାଳରେ ବହୁ ସଂଖ୍ୟାରେ ଲୋକ ରୋଜଗାର ହରାଇଛନ୍ତି । ଏଥିପାଇଁ ବଜେଟ ଉପରେ ଲୋକଙ୍କ ଆଶା ବହୁତ ରହିଛି। ପ୍ରଥମ ଥର ପାଇଁ ବଜେଟ ପେପରଲେସ୍‌ ହେବାକୁ ଯାଉଛି ।

ଏଥର ବଜେଟ୍‌ରେ କରୋନା ମହାମାରୀରେ ପୀଡିତ ସାଧାରଣ ଜନତାଙ୍କୁ ଆଶ୍ଵସ୍ତି ଦେବେ ବୋଲି ଆଶା କରାଯାଉଛି। ଏଥିସହ ସ୍ଵାସ୍ଥ୍ୟବସ୍ଥା ଏବଂ ପ୍ରତିରକ୍ଷା ଉପରେ ଅଧିକ ଖର୍ଚ୍ଚ ସହିତ ଆର୍ଥିକ ସୁଧାରକୁ ଆଗକୁ ବଢାଇବା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଏହା ବ୍ୟତୀତ କୃଷକଙ୍କୁ ବଜେଟ୍‌ରେ ଉପହାର ମିଳିପାରେ। ବଜେଟ୍‌ରେ କୃଷଙ୍କ ପାଇଁ କଣ ରହିଛି ତାରି ଉପରେ ହିଁ କୃଷକଙ୍କ ଆନ୍ଦୋଳନ ମଧ୍ୟ ନିର୍ଭର କରେ। ମୋଦୀ ସରକାରଙ୍କ ଏହା ନବମ ବଜେଟ୍ ହେବାକୁ  ଯାଉଛି।

ସେହିପରି ଏଥର ବଜେଟ୍‌ରେ ବ୍ୟାପକ ରୋଜଗାର ଅବସର ଏବଂ ଗ୍ରାମାଞ୍ଚଳ ବିକାଶ ଉପରେ ଖର୍ଚ୍ଚ ବଢାଇବା, ବିକାଶ ପାଇଁ ଅର୍ଥ ଆବଣ୍ଟନ, ହାରାହାରି କରଦାତାଙ୍କ ହାତରେ ଅଧିକ ଅର୍ଥ ଦେବା ଏବଂ ବିଦେଶୀ କର ଆକର୍ଷିତ କରିବା ପାଇଁ ନିୟମକୁ ସରଳ କରାଯିବାର ଆଶା କରାଯାଉଛି।

Leave a Reply

Your email address will not be published.