ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍ଙ୍କୁ ସାହିତ୍ୟରେ ୨୦୨୦ ନୋବେଲ୍ ପୁରସ୍କାର
ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆମେରିକୀୟ କବୟିତ୍ରୀ ଲୁଇସ୍ ଗ୍ଲୁକ୍ଙ୍କୁ ସାହିତ୍ୟ ପାଇଁ ୨୦୨୦ ନୋବେଲ୍ ପୁରସ୍କାର ଦିଆଯିବ ବୋଲି ଗୁରୁବାର ଦିନ ଘୋଷଣା କରାଯାଇଛି। କବିତାରେ ‘ବ୍ୟକ୍ତି ସତ୍ତାକୁ ଜାଗତିକ କରୁଥିବା ସରଳ ସୌନ୍ଦର୍ଯ୍ୟ ଯୁକ୍ତ ସୁସ୍ପଷ୍ଟ କାବ୍ୟିକ ଉପଲବ୍ଧି’ ନିମନ୍ତେ ତାଙ୍କୁ ପୁରସ୍କୃତ କରାଯାଉଥିବା କଥା ଏକାଡେମି କହିଛି।
ଆଜି ଷ୍ଟକ୍ହୋମ୍ରେ ସ୍ବିଡିସ୍ ଏକାଡେମିର ସ୍ଥାୟୀ ସଚିବ ମ୍ୟାଟ୍ସ୍ ମାଲ୍ମ୍ ନୋବେଲ୍ ସାହିତ୍ୟ ପୁରସ୍କାର ବିଜୟିନୀଙ୍କ ନାମ ଘୋଷଣା କରିଥିଲେ।୧୯୪୩ ମସିହାରେ ନ୍ୟୁୟର୍କରେ ଜନ୍ମ ଗ୍ରହଣ କରିଥିବା କବୟିତ୍ରୀ ଲୁଇସ୍ ଗ୍ଲୁକ୍ ମାସାଚ୍ୟୁସେଟ୍ସ୍ କେମ୍ବ୍ରିଜ୍ର ବାସ କରୁଛନ୍ତି। ଲେଖାଲେଖି କରିବା ଛଡ଼ା ସେ କନେକ୍ଟିକଟ୍ ଅନ୍ତର୍ଗତ ନିଉ ହେଭେନ୍ସ୍ଥିତ ୟେଲ୍ ୟୁନିଭର୍ସିଟିରେ ଇଂଗ୍ରାଜି ପ୍ରାଧ୍ୟାପିକା ଅଛନ୍ତି। ପ୍ରଥମେ ୧୯୬୮ରେ ତାଙ୍କର କବିତା ସଂକଳନ ‘ଫାଷ୍ଟ୍ବର୍ଣ୍ଣ’ ପ୍ରକାଶିତ ହୋଇଥିଲା। ଏଥିସହ ସେ ଆମେରିକୀୟ ସମସାମୟିକ ସାହିତ୍ୟରେ ଅନ୍ୟତମ ଖ୍ୟାତନାମା କବି ପାଲଟି ଯାଇଥିଲେ। ୧୯୯୩ରେ ପୁଲିଜର୍ ପ୍ରାଇଜ୍ ଏବଂ ୨୦୧୪ରେ ନ୍ୟାସ୍ନାଲ୍ ବୁକ୍ ଆୱାର୍ଡ ସମେତ ସେ କେତେଗୁଡ଼ିଏ ସମ୍ମାନଜନକ ପୁରସ୍କାର ପାଇଛନ୍ତି।