ଜଗତସିଂହପୁରରେ ୨୦ କରୋନା ପଜିଟିଭ୍
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜଗତସିଂହପୁରରେ ୨୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେଙ୍କ ଭିତରୁ ୧୯ଜଣ ନୂଆଗାଁର ହୋଇଥିବା ବେଳେ ଜଣେ କୁଜଙ୍ଗର। ସମସ୍ତେ ପ୍ରବାସୀ ଓଡ଼ିଆ, ଓଡ଼ିଶା ଫେରିବା ପରେ ତାଙ୍କୁ କ୍ଵାରେଣ୍ଟୀନ୍ରେ ରଖାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ଟ୍ବିଟ୍ ଯୋଗେ ସୂଚନା ଦେଇଛନ୍ତି।
ପୂର୍ବରୁ ଜଗତସିଂହପୁରରୁ ଅନ୍ୟ ୫ ଜଣଙ୍କୁ ଚିହ୍ନଟ କରାଯାଇଥିଲା। କିନ୍ତୁ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ଏବେ ନୂଆ ୨୦ ଜଣଙ୍କୁ ତୁରନ୍ତ ସ୍ଵତନ୍ତ୍ର କୋଭିଡ୍ ହସ୍ପିଟାଲ୍କୁ ପଠାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।
ରବିବାରଦିନ ରାଜ୍ୟରେ ୪୮ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏହାଦ୍ଵାରା ରାଜ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬୫୨ରେ ପହଞ୍ଚିଥିଲା। ସେଥିରୁ କେନ୍ଦ୍ରାପଡ଼ାରୁ ୩, ଗଞ୍ଜାମରୁ ୫, ଖୋର୍ଦ୍ଧାରୁ ୧, କଟକରୁ ୧, ବୌଦ୍ଧରୁ ୧, ବଲାଙ୍ଗରରୁ ୨, ନୟାଗଡ଼ରୁ ୩, କନ୍ଧମାଳରୁ ୨, ପୁରୀରୁ ୪,ଯାଜପୁରରୁ ୧୬ ଜଣ ଥିଲେ। ପୁଣି ଏମାନଙ୍କ ଭିତରୁ ୪୭ଜଣ ନିକଟରେ ଓଡ଼ିଶାକୁ ଫେରିଥିବା ବୋଲି ପ୍ରଶାସନ କହିଛି।