ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର, (ଓଡିଶା ଟାଇମ୍) : ଜମ୍ମୁ-କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଆଜି ସକାଳେ ଉତ୍ତର କଶ୍ମୀରର ନୌଗାମ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ଦୁଇଜଣ ଆତଙ୍କବାଦୀ ନିପାତ ହୋଇଥିବା କଥା ଭାରତୀୟ ସେନା ଅଧିକାରୀମାନେ କହିଛନ୍ତି।
ସେନାର ଜଣେ ମୁଖପାତ୍ର କହିଛନ୍ତି, ଶନିବାର ପ୍ରତ୍ୟୁଷରେ ବାରମୂଳା ଅଞ୍ଚଳର ନୌଗାମ ସେକ୍ଟର୍ ଅନ୍ତର୍ଗତ ନିୟନ୍ତ୍ରଣ ରେଖା ପାଖରେ ଯବାନମାନେ ସନ୍ଦିଗ୍ଧ ଆତଯାତ ଦେଖିଥିଲେ। ସୁରକ୍ଷା ବଳ ତୁରନ୍ତ ଅତର୍କିତ ଆକ୍ରମଣ ଚଳାଇବା ଫଳରେ ଦୁଇଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଦୁଇଟି ଏକେ-୪୭ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।