ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୨ କରୋନା ପଜିଟିଭ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱରରୁ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ହସ୍ପିଟାଲ୍ କେସ୍ ରହିଥିବାବେଳେ ଆଉ ଗୋଟିଏ ହୋମ୍ କ୍ୱାରେଣ୍ଟିନ୍ କେସ୍ ରହିଛି। ଆପୋଲ ହସ୍ପିଟାଲ୍ର ଜଣେ ୪୬ ବର୍ଷୀୟା ମହିଳା କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମହିଳା ଜଣକଙ୍କ ଘର ଗାଡ଼କଣ ଅଞ୍ଚଳର। ସେହିପରି ହୋମ୍ କ୍ୱାରେଣ୍ଟିନ୍ରେ ଥିବା ନୟାପଲ୍ଲୀ ଅଞ୍ଚଳର ୩୦ ବର୍ଷୀୟ ଯୁବକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମ୍ପୃକ୍ତ ଯୁବକଙ୍କ ପରିବାରର ଜଣେ ସଦସ୍ୟଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ୍ ଆସିଥିଲା।
ଭୁବନେଶ୍ୱରରେ ଏଯାବତ୍ ୧୦୩ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
ଅନ୍ୟପଟେ ରାଜ୍ୟରେ ଆଉ ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚିହ୍ନଟ ନୂଆ ୧୧୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୫ ରହିଛି।











