କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଆଉ ୨ ଜଣଙ୍କର ଜୀବନ ନେଇଛି କରୋନା ।

ଗଜପତି ଓ ସୁନ୍ଦରଗଡରେ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ତେବେ ଗଜପତି ଓ ସୁନ୍ଦରଗଡରେ ଏହାର ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାପଡିଛି । ଏହି କ୍ରମରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୦୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୦୯୦ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୯୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୩୪ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Leave a Reply

Your email address will not be published.