ରାଜ୍ୟରେ କରୋନା ନେଲା ଆଉ ଦୁଇ ଜଣଙ୍କ ଜୀବନ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ମହାମାରୀ କରୋନା ଆଉ ଦୁଇ ଜଣଙ୍କ ଜୀବନ ନେଇଛି। ଆଜି ମୃତ୍ୟୁ ବରଣ କରିଥିବା ଦୁଇ ଜଣ ବ୍ୟକ୍ତି ଗଞ୍ଜାମର ହୋଇଥିବା ଜଣାପଡିଛି। ଚିକିତ୍ସାଧିନ ଅବସ୍ଥାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣର ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ୨ ମୃତକ ଗଞ୍ଜାମ ଜିଲ୍ଲାର । ଗଞ୍ଜାମ ଜିଲ୍ଲାର ଜଣେ ୬୬ ବର୍ଷ ବୟସ୍କ ପୁରୁଷ ରହିଛନ୍ତି । ସେ ଉଚ୍ଚ ରକ୍ତଚାପର ରୋଗରେ ପୀଡିତ ଥିଲେ । ଅନ୍ୟ ଜଣେ ୪୦ ବର୍ଷ ବୟସ୍କ ପୁରୁଷ । ସେ ମଧ୍ୟ ମଧୁମେହ ରୋଗରେ ପୀଡିତ ଥିଲେ ।
ବର୍ତ୍ତମାନ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ମୋଟ୍ ୧୮୫୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୪୨ଟି ଆକ୍ଟିଭ୍ କେସ୍ ରହିଛି । ସେହିପରି ୧୦୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୫୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୫୦୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୨୯ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୮ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।