ପାକିସ୍ତାନରୁ ୨ ଭାରତୀୟ ଦୂତବାସ ଅଧିକାରୀ ନିଖୋଜ

ପାକିସ୍ତାନ, (ଓଡିଶା ଟାଇମ୍) : ପାକିସ୍ତାନରେ ଭାରତୀୟ ଉଚ୍ଚ ଆୟୋଗ ସହ ଜଡିତ ଦୁଇ ଅଧିକାରୀ ନିଖୋଜ ଥିବା ଖବର ସାମ୍ନାକୁ ଆସିଛି l ୨ ଭାରତୀୟ ଅଧିକାରୀ ଗତ ଦୁଇ ଘଣ୍ଟା ହେଲା ନିଖୋଜ ଥିବା କୁହାଯାଉଛି l ଭାରତୀୟ ଅଧିକାରୀ ନିଖୋଜ ଥିବା ମାମଲା ପାକିସ୍ତାନ ଅଧିକାରୀଙ୍କ ସମ୍ମୁଖରେ ଉଠାଯାଇଛି l

ସମାଚାର ଏଜେନ୍ସି ଏଏନଆଇ ଏ ସମ୍ପର୍କରେ ସୂଚନା ଦେଇଛି l ଦୁଇ ଅଧିକାରୀ ସକାଳ ୮ଟା ରୁ ନିଖୋଜ ଅଛନ୍ତି l ୨ ଭାରତୀୟ ଅଧିକାରୀ ନିଖୋଜ ହେବା ଘଟଣା ସେତେବେଳେ ସାମ୍ନାକୁ ଆସିଛି ଯେତେବେଳେ ନୂଆଦିଲ୍ଲୀରେ କିଛି ଦିନ ପୂର୍ବରୁ ପାକିସ୍ତାନ ଉଚ୍ଚ ଆୟୋଗ ଦୁଇ ଅଧିକାରୀଙ୍କୁ ଜାସୁସି ଅଭିଯୋଗରେ କାବୁ କରାଯାଇଥିଲା l ଏହାପରେ ଦୁଇ ପାକିସ୍ତାନୀ ଅଧିକାରୀଙ୍କୁ ପାକିସ୍ତାନ ପଠାଇ ଦିଆଯାଇଥିଲା l

Leave a Reply

Your email address will not be published.