ପାରାଦୀପ ମହାନଦୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା, 2 ଜଣଙ୍କ ମୃତ୍ୟୁ

ପାରାଦ୍ବୀପ, (ଓଡିଶା ଟାଇମ୍) : ପାରାଦୀପ ନେହେରୁ ବଙ୍ଗଳା ନିକଟସ୍ଥ ମହାନଦୀ ମୁହାଣରେ ବୁଡିଲା ମାଛଧରା ଡଙ୍ଗା ବୁଡ଼ । ମାଛ ଧରା ଡଙ୍ଗା ବୁଡ଼ିଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୩ ଜଣଙ୍କୁ ଉଦ୍ଧାର କରାଯାଇଛି ।

ଉକ୍ତ ଡଙ୍ଗାରେ ମୋଟ ୧୫ ଜଣ ଥିଲେ ବୋଲି ଜଣାପଡିଛି । ସମୁଦ୍ରରୁ ମାଛ ଧରି ଫେରୁଥିବାବେଳେ ଲହଡ଼ି ମାଡ଼ରେ ଡଙ୍ଗାଟି ଓଲଟି ପଡ଼ିଥିଲା । ତେବେ ସେହି ସମୟରେ ପାଖରେ ଥିବା ଆଉ ଏକ ଡଙ୍ଗା ସମସ୍ତଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲା । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Leave a Reply

Your email address will not be published.