ଟ୍ରେନ୍ ଧକ୍କାରେ ୨ ହାତୀ ମୃତ
ରାଉରକେଲା, (ଓଡିଶା ଟାଇମ୍) : ରାଉରକେଲାର ବିଶ୍ରା ମହିପାଣି ନିକଟରେ ମାଲବାହୀ ଟ୍ରେନ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଥିବା ନେଇ ଗୁରୁବାର ଖବର ମିଳିଛି। ରେଳଧାରଣାରେ ହାତୀଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡିରହିଛି। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଗତକାଲି ବିଳମ୍ବିତ ରାତିରେ ରେଳ ଧାରଣା ପାର ହେଉଥିବା ସମୟରେ ଏଭଳି ଅଘଟଣ ଘଟିଛି ବୋଲି କୁହାଯାଉଛି।