ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ବର୍ତ୍ତମାନ ସୁଦ୍ଧା ୨ କୋଟି ୩୬ ଲକ୍ଷ ଡୋଜ୍ ଦିଆସରିଛି । ୧ କୋଟି ୭୮ ଲକ୍ଷ ପ୍ରଥମ ଡୋଜ୍ ନେଇଛନ୍ତି। ୫୮ ଲକ୍ଷ ଦ୍ଵିତୀୟ ଡୋଜ୍ ନେଇଛନ୍ତି । ୫୭ ପ୍ରତିଶତ ଟିକାକରଣ ସରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ବାକିଥିବା ଡୋଜର ୭୦ ପ୍ରତିଶତ ସରିଛି। ଏଯାଏଁ ୧ ଲକ୍ଷ ୧୪ ହଜାର ଗର୍ଭବତୀଙ୍କୁ ଟିକା ଦିଆହୋଇଛି । କିଛି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ। ଟିକା ପର୍ଯ୍ୟାପ୍ତ ମହଜୁଦ ଅଛି । କୋଭିସିଲଡ଼ ୩୧ ଲକ୍ଷ ୫୯ ହଜାର ୨୬୦ ଓ କୋଭାକ୍ସିନ୍ ୨ ଲକ୍ଷ ୬୫ ହଜାର ୫୨୦ ଅଛି । ପାଖାପାଖି ୩୩ ଲକ୍ଷ ଟିକା ମହଜୁଦ ଅଛି । ନିୟମିତ ଭାବେ ଟିକା ଆସୁଛି ଓ ଟିକାକରଣ ଚାଲିଛି ।

କେନ୍ଦ୍ର ସରକାର ଚିଠି ଦେଇଥିଲେ WHOର ଦକ୍ଷିଣ ପୂର୍ବ ଓ ଆଫ୍ରିକା ଦେଶରେ ନକଲି କୋଭିସିଲ୍ଡ ଅଛି। ତେଣୁ ସେମାନେ ସବୁ ଦେଶକୁ ସତର୍କ କରିଥିଲେ। ଏ ଯାଏଁ ଓଡ଼ିଶାରେ ନକଲି ଟିକା ଦୃଷ୍ଟିକୁ ଆସିନାହିଁ। ଟିକା ନେବାର ଆଗ୍ରହ ଲୋକଙ୍କ ଭିତରେ ଅଛି ହେଲେ ଟିକା କେନ୍ଦ୍ରରେ ଗହଳି ନ କରି ଠିକ୍ ସମୟରେ ଆସନ୍ତୁ। ରାତି ତମାମ ଅପେକ୍ଷା କରିବାର ଆବଶ୍ୟକତା ନାହିଁ । କିଛି ସ୍ଥାନରେ ଗହଳି ନିୟନ୍ତ୍ରଣ କରିବାକୁ ଟୋକନ୍ ବ୍ୟବସ୍ଥା ହୋଇଛି । ହେଲେ ସେଠାରେ ବି ଗହଳି ଦେଖିବାକୁ ମିଳୁଛି। ଭୁବନେଶ୍ବରରେ ୧୭ ଲକ୍ଷ ଡୋଜ୍ ଟାର୍ଗେଟ୍ ଥିଲା। ବାହାର ଲୋକ ଏଠାରେ ଆସିବାରୁ ୨୨ ଲକ୍ଷ ଟିକାକରଣ ହୋଇଛି। ଏବେ ବି କିଛି ବାକି ସରିଛି। ହେଲେ ଭୁବନେଶ୍ବରରେ ଟିକାକରଣ ଟାର୍ଗେଟ ହାସଲ କରାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

Leave a Reply

Your email address will not be published. Required fields are marked *