କୋଭିଡ୍ ହସ୍ପିଟାଲରୁ ଚମ୍ପଟ ମାରିଲେ ୨ କରୋନା ଆକ୍ରାନ୍ତ
ବ୍ରହ୍ମପୁର, (ଓଡିଶା ଟାଇମ୍) : ବ୍ରହ୍ମପୁର ଶୀତଳାପଲ୍ଲୀ କୋଭିଡ ହସ୍ପିଟାଲରୁ ୨ କୋରୋନା ରୋଗୀ ଫେରାର ମାରିଛନ୍ତି। ହସ୍ପିଟାଲ ପକ୍ଷରୁ ଗୋପଳପୁର ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ତେବେ ଗଞ୍ଜେଇ ଚାଲାଣ ବେଳେ ସେହି ୨ ଜଣଙ୍କୁ ଗିରଫ କରିଥିଲା ପୋଲିସ। ଜେଲ୍ ଯିବା ଭୟରେ ଉଭୟ ଫେରାର ହୋଇ ଯାଇଥିବା ସୂଚନା ମିଳିଛି।
ସୂଚନାନୁସାରେ, ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କ କରୋନା ଟେଷ୍ଟ୍ ହୋଇଥିଲା । ଯାହା ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ଉଭୟଙ୍କୁ ଟାଟା କୋଭିଡ ହସପିଟାଲ ନିଆଯାଉଥିଲା । ତେବେ ସେଠାରୁ ସେମାନେ ଚମ୍ପଟ ମାରିଛନ୍ତି ।
ଗତ ୧୨ ତାରିଖରୁ ଏମାନେ ଚମ୍ପଟ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ଏନେଇ ସୂଚନା ଦେଇଛନ୍ତି ।