ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
ଶ୍ରୀନଗର, ଓଡିଶା ଟାଇମ୍): ଜାମ୍ମ କାଶ୍ମୀରରେ ସେନାକୁ ଗୋଟିଏ ପରେ ଗୋଟିଏ ଚ୍ୟାଲେଞ୍ଜ ଦେଇଚାଲିଚନ୍ତି ଆତଙ୍କବାଦୀ । ଭାରତୀୟ ସେନାକୁ ଖାତିର ନକରି ହତ୍ୟା ପରେ ହତ୍ୟା କରିଚାଲିଛନ୍ତି । ରବିବାର ପୁଣି ଥରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀରରେ ଏବେ ଆତଙ୍କବାଦୀଙ୍କୁ ଟାର୍ଗେଟରେ ଅଣ-କାଶ୍ମୀରୀ । କୁଲଗାମ ଜିଲ୍ଲାରେ ରହୁଥିବା ବିହାରର ୨ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆତଙ୍କବାଦୀମାନେ ଘର ଭିତରେ ପଶି ହତ୍ୟା କରିଛନ୍ତି ।
ସେନା ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କଡାକଡି କରାଯାଇଛି । ସେଠାରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଜଣାପଡିବା ପରେ ଅପରେସନ ଜୋରଦାର କରାଯାଇଛି । କୁଲଗାମରେ ଆତଙ୍କବାଦୀମାନେ ହତ୍ୟା କରିଥିବା ୨ ଶ୍ରମିକ ହେଉଛନ୍ତି ବିହାରର ରାଜା ଏବଂ ଯୋଗିନ୍ଦର । ଏହା ବାଦ୍ ଗୁରୁତର ହୋଇଥିବା ବ୍ୟକ୍ତି ହେଉଛନ୍ତି ଚୁନ୍ଚୁନ୍ ଦେବ । କିଛି ଦିନ ପୂର୍ବରୁ ଶ୍ରୀନଗରରେ ୨ ଜଣ ଅଣ କାଶ୍ମୀରୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଶ୍ରୀନଗରରେ ରହୁଥିବା ବିହାର ନିବାସୀ ଅରବିନ୍ଦ କୁମାର ଏବଂ ଉତ୍ତର ପ୍ରଦେଶର ସଗୀର ଅହମ୍ମଦକୁ ଗୁଳିକରି ହତ୍ୟା କରିଥିଲେ ଆତଙ୍କୀ ।