ଦୂତିଙ୍କ ବିରୋଧରେ ଅପମାନଜନକ ଖବର ପ୍ରସାରଣ ଅଭିଯୋଗ; ସମ୍ପାଦକଙ୍କ ପରେ ଗିରଫ ହେଲେ ରିପୋର୍ଟର

ଭୁବନେଶ୍ବର, ଓଡିଶା ଟାଇମ୍): ବ୍ୟକ୍ତିଗତ ଜୀବନକୁ ଆକ୍ଷେପ କରି ମାନସିକ ନିର୍ଯାତନା ଦେଉଥିବା ନେଇ  ଅଲିମ୍ପିଆନ୍ ଦୂତୀ ଚାନ୍ଦ ଏକ ୱେବ  ଚ୍ୟାନେଲ ବିରୋଧରେ ଆଣିଥିଲେ ସାଂଘାତିକ ଅଭିଯୋଗ । ଏହି ଅଭିଯୋଗ କ୍ରମେ ଗତକାଲି ପୁଲିସ୍‌  ଉକ୍ତ ୱେବ୍‌ ଚ୍ୟାନେଲର ସଂପାଦକଙ୍କୁ  ଗିରଫ କରିଥିବା ବେଳେ ଆଜି ଉକ୍ତ ଚ୍ୟାନେଲର ଜଣେ ରିପୋର୍ଟରଙ୍କୁ ଗିରଫ କରିଛି। ଗତକାଲି  ୱେବ  ଚ୍ୟାନେଲର ସମ୍ପାଦକ  ସୁଧାଂଶୁ ଶେଖର ରାଉତ ଗିରଫ ହୋଇଥିବା ବେଳେ ଆଜି ଗିରଫ ରିପୋର୍ଟର ହେଉଛନ୍ତି ସ୍ମୃତିରଂଜନ ବେହେରା । ଉଭୟଙ୍କ ଗିରଫଦାରୀ ନେଇ ପୁଲିସ୍‌ ପକ୍ଷରୁ ସୂଚନା ମିଳିଛି।

ସୂଚନାଯୋଗ୍ୟ,  ଦୂତୀ ଚାନ୍ଦଙ୍କ ଏତଲା କ୍ରମେ ଗତକାଲି ଏକ ୱେବ୍‌ ଚ୍ୟାନେଲର ସଂପାଦକ ସୁଧାଂଶୁ ଶେଖର ରାଉତଙ୍କୁ ତାଙ୍କ ଝାରପଡ଼ା ସ୍ଥିତ ଅଫିସ୍‌ରୁ ଉଠାଇ ନେଇଥିଲା ପୁଲିସ୍‌।  ସୁଧାଂଶୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଇଥିବା ବେଳେ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏଥିସହ ତାଙ୍କ ଅଫିସରୁ କମ୍ପ୍ୟୁଟର ଓ ଅନ୍ୟାନ୍ୟ କିଛି ଜିନିଷ ଜବତ କରାଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ  ସୂଚନା ଦେଇଥିଲେ। ଏହି ଘଟଣାରେ ଆଜି ଉକ୍ତ ଚ୍ୟାନେଲର  ରିପୋର୍ଟର ସ୍ମୃତିରଂଜନ ବେହେରାଙ୍କୁ ଗିରଫ କରାଯାଇଛି।

 

Leave a Reply

Your email address will not be published.