ପାକିସ୍ତାନରେ ବଡ ଧରଣର ଦୁର୍ଘଟଣା, ୧୯ ଶିଖ୍ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପାକିସ୍ତାନ, (ଓଡିଶା ଟାଇମ୍) : ଆଜି ଅପରାହ୍ନରେ ପାକିସ୍ତାନରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛ।  ଦୁର୍ଘଟଣାରେ ୧୯ ଶିଖ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି ।

ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ପାକିସ୍ତାନର ଶେଖୁପୁରାରେ, ଯେଉଁଠାରେ ଏକ ଟ୍ରେନ୍ ଓ ବସ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ, ଏହି ଦୁର୍ଘଟଣାରେ ୮ ତୀର୍ଥଯାତ୍ରୀ ଆଘାତପ୍ରାପ୍ତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଶେଖୁପୁରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

ଘଟଣାସ୍ଥଳରେ ରେଲୱେ ଓ ସ୍ଥାନୀୟ ରେସ୍କ୍ୟୁ ଟିମ୍ ପହଞ୍ଚିଛନ୍ତି। ଶେଖୁପୁରାର ଡିପିଓ ମହମ୍ମଦ ଗାଜି ସଲ୍ଲାହୁଦ୍ଦିଦ ମଧ୍ୟ ମୃତକଙ୍କୁ ଚିହ୍ନଟ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ମଧ୍ୟାହ୍ନ ୧.୩୦ ମିନିଟରେ ବିନା ଫାଟକ ଥିବା ଶେଖୁପୁରୁା ରେଲୱେ କ୍ରସିଂ ନିକଟରେ ଘଟିଛି। ଘଟଣା ପରେ ଡିଭିଜନାଲ୍ ଇଞ୍ଜନିୟରଙ୍କୁ ସସପେଣ୍ଡ କରାଯାଇଛି।

ରେଲୱେ ବିଭାଗ ଓ ଜିଲ୍ଲା ପ୍ରସାଶନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ତୀର୍ଥଯାତ୍ରୀଙ୍କ ମୃତଦେହକୁ ମଧ୍ୟ ଉଦ୍ଧାର କରାଯାଇଛି। ସେହିପରି ଆହତଙ୍କୁ ହସ୍ପିଟାଲ ପହଞ୍ଚାଇବା ସେମାନଙ୍କ ଚିକିତ୍ସା ଆରମ୍ଭ କରିଦିଆଯାଇଛି। ମିଡିଆ ରିପୋର୍ଟ ଅନୁଯାୟୀ, ଦୁର୍ଘଟଣାଗସ୍ତ ହୋଇଥିବା ବସ୍‌ରେ ଅଧିକାଂଶ ତୀର୍ଥଯାତ୍ରୀ ଥିଲେ, ଯେଉଁମାନେ ନନକାନା ସାହିବରୁ ଫେରୁଥିଲେ। ଏହି ହୃଦୟ ବିଦାରକ ଦୁର୍ଘଟଣାକୁ ନେଇ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦୁଃଖ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *