ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୧୯ କରୋନା ପଜିଟିଭ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜଧାନୀରୁ ଆଉ ୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୯ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮୪ରେ ପହଞ୍ଚିଛି । ଏଥିମଧ୍ୟରୁ ୮୬ ଜଣ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯୪ଟି ଆକ୍ଟିଭ୍ କେସ୍ ରହିଛି ।

ବିଏମସି ପକ୍ଷରୁ କରାଯାଇଥିବା ଟ୍ବିଟ୍ ରେ ଦର୍ଶାଯାଇଛି ଯେ, ୧୯ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ବାରେଣ୍ଟାଇନରେ ଥିବା ବେଳେ ୧୬ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ହୋମ୍ କ୍ବାରେଣ୍ଟାଇନ୍ ରେ ଥିବା ୪ ଜଣ ରେଳ ବିଭାଗର କର୍ମଚାରୀ ହୋଇଥିବା ବେଳେ ସେମାନେ ଦିଲ୍ଲୀରୁ ଫେରିଥିଲେ । ସେହିଭଳି ୬ ଜଣ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲର କର୍ମଚାରୀ, ଅନ୍ୟ ଏକ ଘରୋଇ ହସ୍ପିଟାଲର ୨ ଜଣ କର୍ମଚାରୀ ଏବଂ ଏକ ସରକାରୀ ହସ୍ପିଟାଲର ଜଣେ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ଡୁମୁଡୁମା ସୁବାସନଗର ବସ୍ତି ଅଞ୍ଚଳରୁ ୫ ଜଣ, ଲକ୍ଷ୍ମୀନଗର ବସ୍ତି ଅଞ୍ଚଳକୁ ୯ ବର୍ଷର ନାବାଳକ ସଂକ୍ରମିତ ହୋଇଛନ୍ତି ।

Leave a Reply

Your email address will not be published.