ରାଜ୍ୟରେ ପୁଣି ୧୯ କରୋନା ଆକ୍ରାନ୍ତ ଚିହ୍ନଟ; ୨ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୮୯ରେ ପହଞ୍ଚିଛି । ଜିଲ୍ଲାରୁ ୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଏବେବି ୧୧୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।
ତେବେ ଆଜି ରାଜ୍ୟରେ ୧୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ଭୁବନେଶ୍ୱରରେ ଏବେ ୧୧ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଥିବା ସୂଚନା ଦେଇଛନ୍ତି ବିଏମ୍ସି କମିଶନର। ସେ କହିଛନ୍ତି ୧୧ଟି ଆକ୍ଟିଭ୍ କେସ୍ରୁ ୯ଜଣଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି। ଭୁବନେଶ୍ୱରରେ କୌଣସି କଣ୍ଟେନମେଣ୍ଟ ଜୋନ ନାହିଁ ବୋଲି ବିଏମ୍ସି କମିଶନର କହିଛନ୍ତି।