୨୪ ଘଣ୍ଟାରେ ଭୁବନେଶ୍ଵରରୁ ଚିହ୍ନଟ ହେଲେ ୧୮୯ ଆକ୍ରାନ୍ତ, ସୁସ୍ଥ ହୋଇ ଘରକୁ ଫେରିଲେ ୨୬୭
ଭୁବନେଶ୍ବର, (ଓଡିଶା ଟାଇମ୍) :୨୪ ଘଣ୍ଟାରେ ଭୁବନେଶ୍ଵରରୁ ୧୮୯ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଅନ୍ୟପଟେ ୨୬୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ଵର ମହାନଗର ନିଗମ ଟ୍ଵିଟ୍ କରି ଶୁକ୍ରବାର ଏହାର ସୂଚନା ଦେଇଛି।
ବିଏମସି ଅନୁଯାୟୀ, ଗତ ୨୪ ଘଣ୍ଟାରେ ଭୁବନେଶ୍ଵରୁ ୨୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ସଙ୍ଗରୋଧ କେନ୍ଦ୍ରରୁ ୪୭ ହୋଇଥିବା ବେଳେ ୧୪୨ ହେଉଛି ସ୍ଥାନୀୟ ସଂକ୍ରମଣ। ଆଜିର ଆକ୍ରାନ୍ତ ସଂଖ୍ୟା ମିଶାଇଲେ ରାଜଧାନୀରେ ମୋଟ୍ କୋଭିଡ୍-୧୯ ପଜିଟିଭ୍ ସଂଖ୍ୟା ୨୮,୨୯୯ରେ ପହଞ୍ଚିଛି। ୨୬୭ ସୁସ୍ଥ ସହିତ ମୋଟ୍ ଆରୋଗ୍ୟସଂଖ୍ୟା ୨୫,୬୧୯କୁ ବୃଦ୍ଧି ଘଟିଛି। ସେହି ପରି କରୋନାଜନିତ ମୃତ୍ୟୁସଂଖ୍ୟା ଅଦ୍ୟାବଧି ୧୪୮ରେ ପହଞ୍ଚିଛି। ମୋଟ୍ ସକ୍ରିୟ କେସ୍ ସଂଖ୍ୟା ୨୫୧୧ ରହିଛି।