ମହିଳା ସଙ୍ଗଠନକୁ ସୁଦୃଢ଼ ଲକ୍ଷ୍ୟ: ୧୮ ନେତ୍ରୀଙ୍କୁ ୩୦ ଜିଲା ଦାୟିତ୍ବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଜେଡ଼ି ରାଜ୍ୟ ମହିଳା କମିଟିରେ ବରିଷ୍ଠ ନେତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ୧୮ ନେତ୍ରୀଙ୍କୁ ବିଭିନ୍ନ ଜିଲ୍ଲାର ସାଙ୍ଗଠନିକ ଦାୟିତ୍ୱ ଦେଇଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବିଜେଡ଼ି ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର ଜିଲା ର ଦାୟିତ୍ବ ଦିଆଯାଇଛି । ଗଜପତି ଓ ଗଞ୍ଜାମ ଜିଲା ଦାୟିତ୍ବ ଗୀତା ବସ୍ତିଆଙ୍କୁ ଦିଆଯାଇଛି ଓ କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋର୍ଧା ଓ ଭୁବନେଶ୍ବର ଜିଲା ଦିଆଯାଇଛି। ଉର୍ମିଳା ଦାସଙ୍କୁ ଭଦ୍ରକ ଓ ମୟୁରଭଞ୍ଜ, ପ୍ରବାସିନୀ ଷଡଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡା ଓ ସୁନ୍ଦରଗଡ ଜିଲ୍ଲା ଦାୟିତ୍ୱ ମିଳିଛି । ରାଉରକେଲାର ବିଜେଡ଼ି ନେତ୍ରୀ ମିନତୀ ଦେବତାଙ୍କୁ ସମ୍ବଲପୁର ଓ ବରଗଡ ଜିଲା ଦାୟିତ୍ବ ମିଳିଥିବାବେଳେ  ଭାରତୀ ସିଂହଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଳାଙ୍ଗିର ଓ ସୋନପୁର ଜିଲା ମିଳିଛି ।

ସେହିଭଳି ସ୍ନିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ, ପୁଷ୍ପାଞ୍ଜଳି ରଣାଙ୍କୁ ଅନୁଗୁଳ, ଦେବଗଡ, ଢେଙ୍କାନାଳ, ସଂଘମିତ୍ରା ଦଳାଇଙ୍କୁ କନ୍ଧମାଳ ଓ ବୌଦ, ରିଜୱାନା ବେଗମଙ୍କୁ ଯାଜପୁର, ମିତା ରାଉତଙ୍କୁ କେନ୍ଦ୍ରାପଡା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତ୍‍ସିଂହପୁର ଏବଂ ସଞ୍ଜୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡା ଦାୟିତ୍ୱ ମିଳିଛି ।

 

Leave a Reply

Your email address will not be published.