ଦେଶରେ ଗୋଟିଏ ଦିନରେ ୧୮ ହଜାର ୬୫୩ ନୂଆ ସଂକ୍ରମିତ ଚିହ୍ନଟ ଓ ୫୦୭ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତରେ ବଢୁଛି କରୋନା ପ୍ରଭାବ। ପ୍ରତିଦିନ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ପୁଣି ୧୮ ହଜାର ୬୫୩ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ପାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୭ ହଜାର ୪୦୦ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶରେ ପ୍ରତିଦିନ ୧୮ ହଜାର ,୧୯ ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସ୍ଥିତି ବେକାବୁ ହେଉଛି । ଗତ ୨୪ ଘଣ୍ଟାରେ ୧୮ ହଜାର ୬୫୩ ନୂଆ ମାମଲା ସାମନାକୁ ଆସିଛି। ଏହା ସହ ୫୦୭ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫ ଲକ୍ଷ ୮୫ ହଜାର ୪୯୩ ରେ ପହଂଚିଛି । ଭାରତରେ ୧୭ ହଜାର ୪୦୦ କୁ ବୃଦ୍ଧି ହୋଇଛି ମୃତ୍ୟୁ ସଂଖ୍ୟା । ମୋଟ୍ ସଂକ୍ରମିତ ମଧ୍ୟରୁ ୩ଲକ୍ଷ ୪୭ ହଜାର ୯୭୯ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଲକ୍ଷ ୨୦ ହଜାର ୧୧୪ ସକ୍ରିୟ ଅଛନ୍ତି।ଏବେ ୨ ଲକ୍ଷ ୨୦ ହଜାର ୧୧୪ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।