ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୯ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୮୫୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୯ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ଅନ୍ୟ ୨୯ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

ଚିହ୍ନଟ ହୋଇଥିବା ୧୭୯ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାେରେଣ୍ଟିନ ସେଣ୍ଟରରୁ ୧୫୦ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରୁ ସର୍ବାଧିକ ୫୭, ଖୋର୍ଦ୍ଧାରୁ ୨୭, କେନ୍ଦୁଝରରୁ ୧୮, କଟକରୁ ୧୫, ମୟୁରଭଞ୍ଜରୁ ୧୦, ଅନୁଗୁଳରୁ ୬, ଭଦ୍ରକରୁ ୫, କେନ୍ଦ୍ରାପଡ଼ାରୁ ୫, ରାୟଗଡ଼ାରୁ ୫, ଜଗତସିଂହପୁରୁରୁ ୪, ଯାଜପୁରରୁ ୩, ବରଗଡ଼ରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁର ଓ ଦେବଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published.