ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ
ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହା ଗୋଟିଏ ଦିନରେ ସୁସ୍ଥ ହୋଇଥିବା ସବୁଠାରୁ ଅଧିକ ସଂକ୍ରମିତ । ଏହାକୁ ମିଶାଇ ରାଜ୍ୟରେ ମୋଟ ୧୮୯୪ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଖୋର୍ଧାରୁ ସର୍ବାଧିକ ୩୯ ଜଣ ରହିଥିବା ବେଳେ ଗଜପତିରୁ ୨୩, ନୂଆପଡାରୁ ୨୨, ଭଦ୍ରକରୁ ୧୭ ଓ ନୟାଗଡରୁ ୧୫ ଜଣ ରହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାରେ ୧୪ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ କେନ୍ଦ୍ରାପଡାରୁ ୧୦, ଢେଙ୍କାନାଳରୁ ୯ , କନ୍ଧମାଳରୁ ୯, ସୁନ୍ଦରଗଡରୁ ୬, ବାଲେଶ୍ୱରରୁ ୪ଜଣ ସୁସ୍ଥ ହୋଇଛନ୍ତି । ଏତତ୍ ବ୍ୟତୀତ କଟକ, ବଲାଙ୍ଗୀର ଓ ମାଲକାନଗିରିରୁ ୨ ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଜଗତସିଂପୁର, ଝାରସୁଗୁଡା, ନବରଙ୍ଗପୁର ଓ ପୁରୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।