ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ ) :ରାଜ୍ୟରେ ଆଉ ୧୭୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି । ୧୭୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୨୩ଜଣ ସ୍ଥାନୀୟ ଅଞ୍ଚଳର । ୧୭୩ ଆକ୍ରାନ୍ତଙ୍କ ମଦ୍ୟରୁ ଗଞ୍ଜାମରୁ ୬୪, ଯାଜପୁରରୁ ୧୯, ଖୋର୍ଦ୍ଧାରୁ ୯, ନୟାଗଡ଼ରୁ ୭, କଟକରୁ ୧୩, ମୟୁରଭଞ୍ଜରୁ ୧୩, ଭଦ୍ରକରୁ ୪, କଳାହାଣ୍ଡିରୁ ୨, ନୂଆପଡ଼ାରୁ ୮, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ୱରରୁ ୧୧, ଝାରସୁଗୁଡ଼ାରୁ ଜଣେ, ପୁରୀରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୭୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୧୬୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୬୦୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୮ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।