ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ
ଭୁବନେଶ୍ଵର, (ଓଡିଶାଟାଇମ୍) : ଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୨୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ ଜଣ, ବାଲେଶ୍ବର ଓ ମାଲକାନଗିରି ଜିଲ୍ଲାରୁ ୨ ଜଣ ଲେଖାଏଁ ରହିଥିବା ବେଳେ ବୌଦ୍ଧ, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ନୟାଗଡ଼, ସମ୍ବଲପୁର, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।