କେରଳରୁ ଫେରିଲେ ୧୬୯ ଓଡିଆ ଝିଅ
ଭୁବନେଶ୍ବର, (ଓଡିଶା ଟାଇମ୍) : କେରଳରେ ଫସିଥିବା ୧୭୯ ଓଡିଆ ଝିଅ ଆଜି ଓଡିଶା ଫେରିଛନ୍ତି । ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ତେବେ ଏହି ୧୬୯ ଜଣ ଓଡିଆ ଝିଅ କେରଳରେ ଏକ କମ୍ପାନୀରେ କାମ କରୁଥିଲେ । କୋରୋନା ତାଲା ବନ୍ଦ ପାଇଁ ସେଠାରେ ଫସି ରହିଥିଲେ । ଘରକୁ ଫେରି ପାରୁ ନ ଥିଲେ । ଏହି ୧୬୯ ଓଡିଆ ଝିଅ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳର ବୋଲି ସୂଚନା ମିଳିଛି ।
କରୋନା ସତର୍କତା ନେଇ ଦେଶ ଓ ରାଜ୍ୟ ଲକଡାଉନ ରହିଛି । ବାହାର ରାଜ୍ୟରେ ଏନେଇ ବହୁ ଓଡ଼ିଆ ଫସି ରହିଛନ୍ତି । ତେଣୁ ସରକାର ସେମାନଙ୍କୁ ଫେରେଇ ଆଣିବାକୁ ବହୁ ପ୍ରକାର ପଦକ୍ଷେପ ନେଇଛନ୍ତି । ଏନେଇ ସ୍ୱତନ୍ତ୍ର ବିମାନ, ଟ୍ରେନ ଓ ବସ୍ ର ବ୍ୟବସ୍ଥା କରିଛନ୍ତି । ଟ୍ରେନ ,ବସ ଓ ବିମାନ ଯୋଗେ ରାଜ୍ୟ ଓ ଦେଶ ବାହାରୁ ଅନେକ ପ୍ରବାସୀ ଓଡିଆ ଓଡିଶା ଫେରିଥିଲେ ମଧ୍ୟ ଆହୁରି ଅନେକ ଲୋକ ବାହାର ରାଜ୍ୟ ଓ ଦେଶରେ ଫସିରହିଛନ୍ତି । ସେମାନଙ୍କୁ ଓଡିଶା ଫେରାଇ ଆଣିବାକୁ ସରକାର ପଦକ୍ଷେପ ନେଉଛନ୍ତି ।