ରାଜ୍ଯ ପାଇଁ ଭଲ ଖବର, ସୁସ୍ଥ ହେଲେ ଆଉ ୧୬୮ କରୋନା ଆକ୍ରାନ୍ତ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ଯ ପାଇଁ ଭଲ ଖବର । ରାଜ୍ୟରେ ଆଉ ୧୬୮ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ମୋଟ ୪୨୯୧ଜଣ ସଂକ୍ରମିତ ଆରୋଗ୍ୟ ଲାଭ କଲେଣି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୩୯ ଜଣ ଥିବା ବେଳେ ଖୋର୍ଧାର ୨୩, ଗଜପତିର ୨୩, ପୁରୀର ୧୯, ବରଗଡର ୧୩, ସୁନ୍ଦରଗଡର ୮, ବାଲେଶ୍ୱରର ୭ ଓ ଭଦ୍ରକ ଏବଂ ରାୟଗଡାରୁ ୫ ଜଣ ଲେଖାଏଁ ରହିଛନ୍ତି । ସେହିପରି ମାଲକାନଗିରି, କେନ୍ଦ୍ରପାଡ, କେଉଁଝର, ଜଗତସିଂପୁର ଓ ସୋନପୁରରୁ ୪ଜଣ ଲେଖାଏଁ, ଅନୁଗୋଳର ୩, ଢେଙ୍କାନାଳର ୨ ଓ ଝାରସୁଗୁଡାର ଜଣେ ଆରୋଗ୍ୟ ଲାଭ କରିଛନ୍ତି ।
ସୂଚନାଅନୁସାରେ, ରାଜ୍ୟରେ ଆଜି ଆଉ ୨୧୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯୬୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୭୪ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୩୬ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।