ରାଜ୍ୟରେ ଆଉ ୧୬୭ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୭୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ୍ ସେଣ୍ଟରରେ ରହିଥିବା ବେଳେ ୧୭ ଜଣ ସ୍ଥାନୀୟ ଅଞ୍ଚଳର ରହିଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ରାୟଗଡା ଜିଲ୍ଲାରୁ ୫, ଯାଜପୁର ୫, ଖୁର୍ଦ୍ଧା ୮,ନୟାଗଡ଼ ୨,ବାଲେଶ୍ଵର ୧୩, ଜଗସିଙ୍ଗପୁର ୧୯, କଟକ ୩, ଢେଙ୍କାନାଳ ୯, ବରଗଡ଼ ୧, ଗଞ୍ଜାମ ୩୦, ଗଜପତି ୪୧, ପୁରୀ ୧, ସୁନ୍ଦରଗଡ଼ ୪, ବଲାଙ୍ଗୀର ୧, ମୟୁରଭଞ୍ଜ ୧୪,କୋରାପୁଟ ୧, ଝାରସୁଗୁଡ଼ା ୩, କେନ୍ଦ୍ରାପଡ଼ା ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୫୪୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫୮୩ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୮୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୫ ଜଣଙ୍କର ମୃତ୍ୟୁ କରୋନା ଜନିତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।

Leave a Reply

Your email address will not be published. Required fields are marked *