ନାବାଳିକାକୁ ମାଡ଼ମାରିବା ଘଟଣାରେ ଗୋଟିଏ ଗାଁର ୧୬ ମହିଳା ଗିରଫ
ଖଲିକୋଟ, (ଓଡିଶା ଟାଇମ୍) : ଜଣେ ବାପ ମା’ ଛେଉଣ୍ଡ ନାବାଳିକାଙ୍କୁ ଗଛରେ ବାନ୍ଧି ଅକଥନୀୟ ନିର୍ଯାତନା ଦେବା ଅଭିଯୋଗରେ ଖଲ୍ଲିକୋଟ ଭିକାପଡ଼ା ଗାଁର ୧୬ ଜଣ ମହିଳାଙ୍କୁ ଗତକାଲି ପୋଲିସ ଗିରଫ କରଛି। ଆଜି ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପଲିସ ପକ୍ଷରୁ କୁହାଯାଇଛି ।
ପୁଲିସ ସୂଚନା ମୁତାବକ, ଦୁଇ ଦିନ ତଳେ ଜଣେ ନାବାଳିକାର ଚରିତ୍ର ଉପରେ ସନ୍ଦେହ କରି ଭିକାପଡା ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । କଙ୍ଗାରୁ କୋର୍ଟର ନିଷ୍ପତ୍ତି ଅନୁଯାୟୀ ଗାଁର ମହିଳାମାନେ ଉକ୍ତ ନାବାଳିକାକୁ ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଥିଲେ। ପରେ ଏହି ଘଟଣାକୁ ନେଇ ଉକ୍ତ ନାବାଳିକ ଜଣକ ଜେଜେ ମା’ଙ୍କ ସହ ମିଶି ଥାନାର ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଗତକାଲି ପୁଲିସ ୧୬ ଜଣ ମହିଳାଙ୍କୁ ଉଠାଇ ନେଇଛି । ସେମାନଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୁଲିସ ।