ରାଜ୍ୟରେ ସର୍ବାଧିକ ୧୫୬ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜ୍ୟରେ ଆଉ ୧୫୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତଙ୍କ ମଧ୍ୟରୁ କିଛି କ୍ବାରେଣ୍ଟାଇନ୍ ସେଣ୍ଟରର ହୋଇଥିବା ବେଳେ ଅନ୍ୟ କିଛି ସ୍ଥାନୀୟ ରହିଛନ୍ତି ।
ଆଜି ୧୯ ଜିଲ୍ଲାରୁ ୧୫୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ସର୍ବାଧିକ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବାବେଳେ କଟକରୁ୨୦, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି କନ୍ଧମାଳ ଜିଲ୍ଲାରୁ ୯, ଭଦ୍ରକ ଜିଲ୍ଲାରୁ ୭, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ମୟୂରଭଞ୍ଜ, ବରଗଡ଼, ସୋନପୁରରୁ ୩ ଲେଖାଏଁ ଆକ୍ରାନ୍ତ, ବଲାଙ୍ଗିର ଓ ସମ୍ବଲପୁରରେ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, କେନ୍ଦୁଝର, ମାଲକାନଗିରିରୁ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।
ସେମାନଙ୍କ ମଧ୍ୟରୁ ୧୧୨୬ ସୁସ୍ଥ ହୋଇଥିବାବେଳେ ୯୬୯ ଜଣ ଚିକିତ୍ସାଧୀନ ଅଛନ୍ତି। ୭ ଜଣଙ୍କର ମୃତ୍ୟୁ ଘଟିଛି।