ଶ୍ରୀମନ୍ଦିର ପାଇଁ ୧୫୪ କୋଟିର ବଜେଟ୍

ପୁରୀ, (ଓଡିଶା ଟାଇମ୍) :ଶ୍ରୀମନ୍ଦିର ପରିଚାଳନା ପାଇଁ ୧୫୪ କୋଟି ଟଙ୍କାର ବଜେଟ୍ । ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଶ୍ରୀମନ୍ଦିର ବଜେଟ୍ ଅନୁମୋଦିତ ହୋଇଛି । ପରିଚାଳନା ବୈଠକ ଶେଷ ହେବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରାଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

କୋରୋନା ପାଇଁ ଖର୍ଚ୍ଚ ବଢ଼ିଯାଇଛି, ସେଥିପାଇଁ ଆୟ ବଢ଼ାଇବା ଉପରେ ଗୁରୁତ୍ବ ଦିଆଯାଉଛି । ଶ୍ରୀମନ୍ଦିର ପାଇଁ ଅନ୍‌ଲାଇନ୍‌ ଡୋନେସନ ଆରମ୍ଭ କରାଯିବ । ଏଥିରେ ସମସ୍ତେ ଭାଗ ନେବାକୁ ମୁଖ୍ୟ ପ୍ରାଶାସକ ଅନୁରୋଧ କରିଛନ୍ତି ।

ମନ୍ଦିର ଖୋଲିବା ନେଇ ସକାରାତ୍ମକ ଆଲୋଚନା ହୋଇଛି । ସରକାରଙ୍କ ନିଷ୍ପତ୍ତି ପରେ ମନ୍ଦିର ଖୋଲାଯିବ । ନାଗାର୍ଜୁନ ବେଶ ନେଇ ବୈଠକରେ ଆଲୋଚନା ହୋଇଛି ।ପୂର୍ବରୁ ଫାଇନାନ୍ସ ସବ୍ କମିଟି, ଲ୍ୟାଣ୍ଡ ସବ୍ କମିଟି, ସେବାୟତ କଲ୍ୟାଣ ସବ୍ କମିଟି, ନୀତି ସବ୍ କମିଟିରେ ବିସ୍ତୃତ ଭାବରେ ଆଲୋଚନା କରାଯାଇ ବଜେଟରେ ଆୟ ଓ ବ୍ୟୟକୁ ନେଇ ସ୍ବତନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏଏସଆଇ ସୁପରିଟେଣ୍ଡଣ୍ଟ ଆରକ୍ୟୁଲୋଜିଷ୍ଟ, ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *