ରାଜ୍ଯ ପାଇଁ ଭଲ ଖବର: କରୋନାରୁ ସୁସ୍ଥ ହେଲେ ଆଉ ୧୫୩ ଜଣ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ୪୩, ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୁର୍ଦ୍ଧା ୧୨, ଭଦ୍ରକର ୧୧ ଓ ଗଜପତିର ୯ ଜଣ ରହିଛନ୍ତି । ସେହିପରି କଳାହାଣ୍ଡିର ୭, ବାଲେଶ୍ୱର, ଦେବଗଡ, ଗଞ୍ଜାମ, ମୟୂରଭଞ୍ଜ ଓ ସୁନ୍ଦରଗଡର ୫ ଜଣ ଲେଖାଏଁ ଆରୋଗ୍ୟ ହୋଇଛନ୍ତି । ଏତତ୍ ବ୍ୟତୀତ ବଲାଙ୍ଗୀର, ଝାରସୁଗୁଡା ଓ ନୟାଗଡର ୨ ଜଣ ଲେଖାଏଁ ଓ କୋରାପୁଟର ଜଣେ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଆଉ ୧୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଜି ଆଉ ୧୬୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୬୭୭କୁ ବୃଦ୍ଧି ପାଇଛି ।