ଆସୁଛନ୍ତି ପ୍ରବାସୀ: ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ବିମାନ 

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଓଡିଆଙ୍କୁ ନେଇ ଦୁବାଇରୁ ବାହାରିଛି ଆଉ ଏକ ବିମାନ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି। ଆଜି ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସ୍ଵତନ୍ତ୍ର ବିମାନ ପହଞ୍ଚିବ।

ବର୍ତ୍ତମାନ କରୋନା ଭୁତାଣୁ ସାରା ବିଶ୍ୱକୁ ଆତଙ୍କିତ କରିଥିବା ବେଳେ ଆରବ ଦେଶ ଗୁଡ଼ିକରେ ଥିବା ପ୍ରବାସୀମାନେ ନିଜ ଘରମୁହାଁ ହୋଇଛନ୍ତି । ଭାରତ ସରକାରଙ୍କ ସହାୟତାରେ ଦୁବାଇରେ ଥିବା ପ୍ରବାସୀମାନେ ଭାରତ ଫେରୁଛନ୍ତି । ସେହି କ୍ରମରେ ପୂର୍ବରୁ ଗୋଟିଏ ବିମାନରେ ୧୫୧ ଜଣ ଓଡ଼ିଆ ରାଜ୍ୟକୁ ଫେରିଥିଲେ । ଆଜିର ଏହି ବିମାନ ରାତି ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ବୋଲି ସୂଚନା ରହିଛି । ବିମାନ ବନ୍ଦରରେ ପହଁଞ୍ଚିବା ସେଠାରେ ସ୍କ୍ରିନିଙ୍ଗ ପରେ ପ୍ରବାସୀ ଓଡିଆ ସ୍ଵତନ୍ତ୍ର ଗାଡି ମାଧ୍ୟମରେ ନିଜ ନିଜ ଜିଲାକୁ ଯିବେ l

Leave a Reply

Your email address will not be published.