ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୧୫୦୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୩୭୭୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ତେବେ ଗଞ୍ଜାମରୁ ୨୩୨, କଟକରୁ ୧୩୧, ରାୟଗଡ଼ାରୁ ୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ୱରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢ଼େଙ୍କାନାଳରୁ ୬୩, ମୟୁରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୬, ସମ୍ବଲପୁରରୁ ୩୫, ନୟାଗଡ଼ରୁ ୩୪, କଳାହାଣ୍ଡିରୁ ୩୧, ନବରଙ୍ଗପୁରରୁ ୩୧, ନୂଆପଡ଼ାରୁ ୩୧, ସୋନପୁରରୁ ୩୦, କେନ୍ଦୁଝରରୁ ୨୦, ଅନୁଗୁଳରୁ ୧୮, ବରଗଡ଼ରୁ ୧୫, ଝାରସୁଗୁଡ଼ାରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ଦେଓଗଡ଼ରୁ ୪, ପୁରୀରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ, ୨୪ ଘଣ୍ଟା ମଧ୍ୟରେ ୨୨୪୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨୨୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୩୯୦ଜଣ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮୫୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।