ସାଢେ ୬ କେଜି ସୁନା ଜବତ ; ୧୦ ଚୋର, ୫ କ୍ରେତା ଗିରଫ
ଗଞ୍ଜାମ, (ଓଡିଶା ଟାଇମ୍) : ସୁନା ବ୍ୟବସୀୟଙ୍କ ଘରୁ ଲୁଟ୍ ଘଟଣା । ମାମଲାରେ ଗଞ୍ଜାମ ପୋଲିସକୁ ମିଳିଛି ବଡ଼ ସଫଳତା । ସୁନା ଲୁଟ୍ ଘଟଣାରେ ୧୫ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା ଜବତ ହୋଇଛି ।
ଖବର ଅନୁଯାୟୀ, ଅକ୍ଟୋବର ୧୨ ତାରିଖ ଦିନ ବିଳମ୍ବିତ ରାତିରେ ସୁନା ଦୋକାନୀ ସୁରେନ୍ଦ୍ର ନାଥ ନାୟକଙ୍କ ଘରୁ ବିପୁଳ ପରିମାଣ ସୁନା ଲୁଟ୍ ହୋଇଥିଲା । ଏନେଇ ସୁନା ବ୍ୟବସାୟୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାକୁ ଗୁରୁତ୍ୱ ସହ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ।
ଲୁଟ୍ ଘଟଣାରେ ସଂପୃକ୍ତି ଥିବା ନେଇ ୧୫ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା ଜବତ ହୋଇଛି । ଏହାସହ ସେମାନଙ୍କ ନିକଟରୁ ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରାଯାଇଛି ।