ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି
ସମ୍ବଲପୁର, (ଓଡିଶା ଟାଇମ୍) : ସମ୍ବଲପୁର ଜିଲାରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି । ସମ୍ବଲପୁର ସହରର ୮ଟି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି । ସହରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି । ଉପଜିଲ୍ଲାପାଳଙ୍କ କୋର୍ଟ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି ।
ଅଗଷ୍ଟ ୯ ରୁ ୧୩ ତାରିଖ ଯାଏଁ ୧୪୪ ଧାରା ବଳବତ୍ତର ରହିବ । ଧନୁପାଲିର ଭବାନୀ ଫିଲ୍ଡ, ସାକ୍ଷୀପଡାର ବ୍ୟାଙ୍କ କଲୋନୀ ଓ ଇସ୍କନ ମନ୍ଦିର ପଛପଟ, ଏନ୍ ଗୁହା ଲେନ୍, ବଡବଜାରର ମାଲିପଡା, କାଲିବାଡିର ୱେସ୍କୋ କଲୋନୀ, ଧନକଉଡାର ସରଲା, ଗୋପାଲମାଲର ସାଇମନ୍ଦିର, ଗୋଲବଜାରର ନୟାପଡାରେ ଏହି ୧୪୪ ଧାରା ବଳବତ୍ତର ରହିବ । ତେବେ ଏହି ୧୪୪ ଧାରା ଅଗଷ୍ଟ ୯ ରୁ ୧୩ ତାରିଖ ଯାଏଁ ବଳବତ୍ତର ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସବଡିଭିଜନାଲ ମାଜିଷ୍ଟ୍ରେଟ ।