କଟକ, ଭୁବନେଶ୍ୱରରେ ଆଜି ଜାରି ହେବ ୧୪୪ ଧାରା

ଭୁବନେଶ୍ବର, (ଓଡିଶା ଟାଇମ୍) :ତେବେ ରାଜ୍ୟ ସରକାରଙ୍କ ନାଇଟ୍‌ କର୍ଫ୍ୟୁ ଘୋଷଣା କରିବାର କିଛି ସମୟରେ କମିଶନରେଟ୍‌ ଟ୍ବିନ୍‌ ସିଟିରେ ୧୪୪ ଧାରା ଜାରି କରିଛନ୍ତି । ଏନେଇ ଘୋଷଣା କରିଛନ୍ତି ପୋଲିସ କମିଶନର ।

ରାଜ୍ୟରେ କରୋନା ସ୍ଥିତିକୁ ଦେଖି ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା ଲଗାଇଛନ୍ତି କମିଶନରେଟ୍‌ ପୋଲିସ । ଏପରିକି ଟ୍ବିନ୍‌ ସିଟିରେ ଆଜି ରାତି ୯ଟାରୁ ୧୪୪ ଧାରା ଜାରି କରାଯାଇଛି । ସୁରକ୍ଷାଦୃଷ୍ଟିରୁ ଟ୍ୱିନ୍‌ ସିଟିରେ  ୪୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜିରୋ ନାଇଟ୍‌ ସେଲିବ୍ରେସନ ନକରିବାକୁ ପୋଲିସ କମିଶନର ଅନୁରୋଧ କରିଛନ୍ତି । ପୋଲିସକୁ ସହଯୋଗ କରିବା ପାଇଁ ସାଧାରଣଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର । ଆଜି ରାତି ୯ଟା ସୁଦ୍ଧା ସମସ୍ତ ଦୋକାନ ବଜାର ବନ୍ଦ ପାଇଁ କମିଶନର ନିର୍ଦ୍ଦେଶ  ଦେଇଛନ୍ତି ।

ଘରୋଇ ଆପାର୍ଟମେଣ୍ଟରେ ଭୋଜି ଓ ସମାବେସ ଉପରେ ବି କଟକଣା ଲଗାଇଛନ୍ତି । ଏହି ସମୟରେ ସମସ୍ତ ଜରୁରୀକାଳୀନ ସୁବିଧା ଏବଂ ଗମନାଗମନ ଉପଲବ୍ଧ ରହିବ । ଯଦି ଏହି ସମୟରେ କେହି କେହି ବି ନିୟମ ନମାନି ବାହାରେ ବୁଲୁଥିବାର ଦେଖିବାକୁ ମିଳିଲେ, ତେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । କେବଳ ପାସ୍‌ ଥିବା ଲୋକ ହିଁ ଯାଇପାରିବେ ।

Leave a Reply

Your email address will not be published.